top of page
Writer's pictureLRL Enterprise

ଅକ୍ଷୟ ତୃତୀୟା

୧) ଏହି ଦିନ ଗଙ୍ଗାମାତାଙ୍କର ଧରାବତରଣ ହୋଇଥିଲା।

୨) ଏହା ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ।

୩) ମା ଅନ୍ନପୂର୍ଣ୍ଣା ଏହିଦିନ ପ୍ରକଟ ହୋଇଥିଲେ।

୪) କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଏହିଦିନ।

୫) ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ମିଳନ ମଧ୍ୟ ଏହି ଦିନ ସଂଘଟିତ ହୋଇଥିଲା।

୬) ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ଦିନ।

୭) ସତ୍ୟ ଏବଂତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ମହାନ ଦିନରେ।

୮) ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଏହିଦିନ ହୋଇଥିଲା।

୯) ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ।

୧୦) ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ।

୧୧) ଏହିଦିନ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା।

୧୨) ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ, ପୂଣ୍ୟ ତିଥିଟିଏ, ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ।

୧୩) ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାପ ଖେଳ ଦୃଶ୍ୟ ଚନ୍ଦନଯାତ୍ରା, ଏବଂ ରଥ ଅନୁକୂଳ ର ପ୍ରଥମ ଦିନ।

୧୪) ରାଜା ଜନକ ଏହିଦିନ ହଳ ଚଷି ଜାନକୀ ଙ୍କୁ କନ୍ୟା ରୂପେ ପ୍ରାପ୍ତ ହୋଇଥିଲେ। ତେଣୁ କୃଷି ଅନୁକୂଳ ପାଇଁ ସର୍ବଶ୍ରେଷ୍ଠ ଦିନଟିଏ।

୧୫) ମହାକାବ୍ୟ ଗୀତ ଗୋବିନ୍ଦ ର ସ୍ରଷ୍ଟା ଭକ୍ତ ଜୟଦେବ ଙ୍କର ଜନ୍ମ ତିଥି ଏ ଦିନ।

୧୬) କୃଷି, ଗୃହ ନିର୍ମାଣ କାର୍ଯ୍ୟ, ବିବାହ, ବ୍ରତ, ଯଜ୍ଞ ତଥା ପ୍ରତ୍ୟେକ ମଙ୍ଗଳମୟ କାର୍ଯ୍ୟର ଶୁଭାରମ୍ଭ ପାଇଁ ଏହି ଦିନଟି ସର୍ବୋତ୍ତମ।


🌹ଅକ୍ଷୟ ତୃତୀୟା 🌹

କବି:-ଡ଼ଃ ଲଷ୍ମୀକାନ୍ତ ଦାଶ, ବିଭାଗୀୟ ମୁଖ୍ୟ, ଶିକ୍ଷା ବିଭାଗ, ସୁକିନ୍ଦା ମହାବିଦ୍ୟାଳୟ, ସୁକିନ୍ଦା, ଯାଜପୁର.


ଭାରତ ମାଟିର ସଂସ୍କୃତି ନିଆରା

ରହିଛି ଅନେକ କଥା

ଅକ୍ଷୟ ତୃତୀୟା ତା' ମଧ୍ୟରୁ ଶ୍ରେଷ୍ଠ

ବଖାଣେ ଅନେକ ଗାଥା ll

ଏହିଦିନ ପ୍ରଭୁ ପର୍ଶୁରାମ ରୂପେ

ଧରାରେ ଜନ୍ମ ଲଭିଲେ

ଧର୍ମରକ୍ଷା ପାଇଁ ଅକୋଇଶି ବାର

କ୍ଷିତି କୁ ନିକ୍ଷେତ୍ର କଲେ ll


ଭଗିରଥଙ୍କର ତପବଳେ ଗଙ୍ଗା

ଆସିଲେ ମର୍ତ୍ତେ ଓଲ୍ଲାଇ

ସଗର ବଂଶକୁ ଉଦ୍ଧାର କରି ଯେ

ପାପ ସବୁ ଦେଲେ ଧୋଇ ll


ସତ୍ୟ ତ୍ରେତୟାର ସଙ୍ଗମ ଦିବସ

ଅକ୍ଷୟ ତୃତୀୟା ପୁଣି

ମାଆ ଅନ୍ନପୂର୍ଣ୍ଣା ଆବିର୍ଭାବ ହୋଇ

ପାଳନ କଲେ ଧରଣୀ ll

Photo courtesy - Spotlight Nepal

ଜନକ ଋଷିଙ୍କ ଲଙ୍ଗଳ କଷଣେ

ସୀତାମାତା ଜନ୍ମ ହେଲେ

ଶ୍ରୀରାମଚନ୍ଦ୍ରଙ୍କ ଘରଣୀ ହୋଇ ସେ

ମହାସତୀ ବୋଲାଇଲେ ll


ଦ୍ରୋପଦୀଙ୍କ ବସ୍ତ୍ର ହରଣ ହୋଇଲା

ଅକ୍ଷୟ ତୃତୀୟା ଦିନ

ଅକ୍ଷୟ ବସ୍ତ୍ର ଯେ ଦାନକରି କୃଷ୍ଣ

ରଖିଲେ ଭକତ ମାନ ll

କୃଷ୍ଣ ସୁଦାମାଙ୍କ ମଧୁର ମିଳନ

ଏହି ଦିନ ହୋଇଥିଲା

ଭକ୍ତ ଭଗବାନ ଗୁଣ କିର୍ତ୍ତୀଗାନ

ଯୁଗ ଯୁଗକୁ ରହିଲା ll


Photo courtesy - Festivals of India

ଶୀତଳ ଷଷ୍ଠୀର ଯାତ ଆରମ୍ଭଇ

ଏହିଦିନ ଠାରୁ ପୁଣି

ବଦ୍ରିନାଥ ପୁଣି ଦର୍ଶନ ଦିଅନ୍ତି

ଭକତର ଭାବ ଜାଣି ll


ଜଗନ୍ନାଥଙ୍କର ରଥଯାତ୍ରା ପାଇଁ

ଧନ୍ୟ ଏ ଉତ୍କଳ ଧାମ

ଅକ୍ଷିତୃତୀୟାରୁ ଆରମ୍ଭ ହୁଅଇ

ରଥ ନିର୍ମାଣର କାମ ll


ଅକ୍ଷୟ ତୃତୀୟା ଅତି ଶୁଭଦିନ

ହରସିତ ଚାଷୀକୂଳ

ମୁଠି ଅନୁକୂଳ ଦେଇ ଆନନ୍ଦରେ

କ୍ଷେତରେ କରଇ ହଳ ll


ଆମରି ଭିତରେ ଅକ୍ଷୟ ହୋଇ ଯେ

ରହିଥାଉ ଏହି ଦିନ

ଫଳପ୍ରସୁ ହୋଇ ହସୁଏ ଧରଣୀ

ଭରିଯାଉ ଶସ୍ୟଧନ ll


...... ସମାପ୍ତ.....


Published by - Loving Real-life (LRL Enterprises)


37 views0 comments

Comments


bottom of page