ଶ୍ରାବଣ ଚାହିଁଛି ବିହ୍ଵଳିତ ନେତ୍ରେ
ବାହୁଡା଼ ଯାତ୍ରାର ପାଇଁ
କାଦୁଆ ଯାତ୍ରାରେ ପ୍ରଭୁ ବିଜେ ହେବେ
ଭାଇ ଭଉଣୀଙ୍କୁ ନେଇ ll
କଳାମେଘ ସାଥେ କାଳିଆ ଠାକୁର
ରଥଦାଣ୍ଡେ ଚମକିବେ
ସୁମଧୁର ଗୀତ ଗାଇବ ଆକାଶ
ଜଗନ୍ନାଥ ବିଜେ ହେବେ ll
ଝିପିଝିପି ବର୍ଷା ନଭମଣ୍ଡଳରୁ
ପୁଷ୍ପ ପରି ବୃଷ୍ଟି ହେବ
ଗହଳି ଲାଗିବ ଶିରିକ୍ଷେତରରେ
ମହୋଦଧି ପୂର୍ଣ୍ଣହେବ ll
ପୁଣ୍ୟ ହୁଏ ନେତ୍ର ଦେଖି ରଥଯାତ
ଲଷ୍ମୀନାରାୟଣ ଭେଟ
ପ୍ରଭୁ ଯେ ଫେରିବେ ଶିରିମନ୍ଦିରକୁ
ବଡଦାଣ୍ଡେ ଲାଗେ ନାଟ ll
ଶ୍ରୀମନ୍ଦିର ଗର୍ଭ ଶୁନ୍ୟ ରହିଅଛି
ଭକ୍ତ ସମାଗମ ନାହିଁ
ଶ୍ରୀମନ୍ଦିର ନେତ ଚାହେଁ ଅବିରତ
କାଳିଆ ଆସିବା ପାଇଁ ll
ବିହ୍ଵଳିତ ହୁଏ ଅନ୍ତର ବେଦନା
ପ୍ରଭୁଙ୍କୁ ଦୂରେଇ ଦେଇ
ପ୍ରତିକ୍ଷଣ ଲାଗେ ଯୁଗପ୍ରାୟ ସମ
ପ୍ରଭୁ ସାନିଧ୍ୟ ନ ପାଇ ll
ପରିପୂର୍ଣ୍ଣ ହେବ ଜାଗାର ମନ୍ଦିର
ଭକ୍ତଙ୍କ ମେଳ ଲାଗିବ
ରତନ ବେଦୀରେ ବସିବେ ଠାକୁର
ଆନନ୍ଦିତ ମନ ହେବ ll
🙏🏾ଜୟ ଜଗନ୍ନାଥ 🙏🏾
କବି:-ଡ଼ ଲଷ୍ମୀକାନ୍ତ ଦାଶ, ବିଭାଗୀୟ ମୁଖ୍ୟ, ଶିକ୍ଷାବିଭାଗ, ସୁକିନ୍ଦା ମହାବିଦ୍ୟାଳୟ, ସୁକିନ୍ଦା, ଯାଜପୁର
Published by - LRL Enterprises
Comments