🙏ପବିତ୍ର କାର୍ତ୍ତିକ ମାସ🙏
ବଡ଼ ପୁଣ୍ୟ ମାସ କାର୍ତ୍ତିକ ଅଟଇ
ଧର୍ମ ମାସ ନାମେ ଖ୍ୟାତ,
ପଲ୍ଲୀଠୁ ସହର ମନ୍ଦିରରେ ଭିଡ଼
କରନ୍ତି କାର୍ତ୍ତିକ ବ୍ରତ l
ହବିଷ୍ୟାଳି ଭିଡ଼ ବଡ଼ ଦେଉଳରେ
ରାଇ ଦାମୋଦର ପୂଜା,
ଚଉରା ମୂଳରେ ରଙ୍ଗ ମୁରୁଜରେ
କେଡ଼େ ସୁନ୍ଦର ସେ ସଜା l
ସାତ୍ଵିକ ଭୋଜନ ଏକ ଓଳି ଅନ୍ନ
ବିଷ୍ଣୁ ସମର୍ପିତ ହୋଇ,
ହବିଷ୍ୟାନ୍ନ ରୂପେ ପ୍ରାସାଦକୁ ପାଇ
ଶ୍ରଦ୍ଧାରେ ଥାଆନ୍ତି ଖାଇ l
Photo credit: Odia samaj
ପଞ୍ଚୁକ ଅଟଇ ଶେଷ ପାଞ୍ଚ ଦିନ
ଲକ୍ଷ୍ମୀନାରାୟଣ ଧ୍ୟାନ,
ଅଁଳା ନବମୀରେ ରାଧା ପାଦ ଦେଖା
ପାଇବ କୋଟିଏ ପୂଣ୍ୟ l
Photo credit: Odiaweb
କାର୍ତ୍ତିକ ପୂର୍ଣ୍ଣିମା ଶେଷଦିନ ଅଟେ
କାର୍ତ୍ତିକ ବ୍ରତର ଶେଷ,
ବୋଇତ ବନ୍ଦାଇ ହବିଶାଳୀ ଦେଖେ
ରାଜରାଜେଶ୍ୱର ବେଶ l
Photo credit: eOdisha
🙏ପଞ୍ଚୁକ🙏
ଚତୁର୍ମାସ ବ୍ରତ ପାଳୁଥିଲେ ଭକ୍ତ
ହରିଶୟନରେ ଯାହା,
ଆଷାଢ଼ ମାସର ଶୁକ୍ଲପକ୍ଷ ଥିଲା
ବଡ଼ ଏକାଦଶୀ ତାହା l
କାର୍ତ୍ତିକ ମାସର ବଡ଼ ଏକାଦଶୀ
ଶ୍ରୀହରିଙ୍କ ଉତ୍ଥାପନ,
ହରିବୋଲ ସହ ହୁଳହୁଳି ଦେଇ
ଆନନ୍ଦିତ ଭକ୍ତ ମନ l
ପଞ୍ଚୁକର ବ୍ରତ ଆରମ୍ଭ ହୁଅଇ
ଏହିଠାରୁ ପାଞ୍ଚ ଦିନ,
ହବିଷ୍ୟାଳି ମାନେ ବ୍ରତ ପାଳିଥାନ୍ତି
ପାଇବାକୁ କୋଟି ପୂଣ୍ୟ l
କାଳିଆ ସାଆନ୍ତେ ଦର୍ଶନ ଦିଅନ୍ତି
ହୋଇକରି ପାଞ୍ଚ ବେଶ,
ଦେଖି ପାପ ଚକ୍ଷୁ ପବିତ୍ର ହୁଅଇ
ମନ ହୋଇଯାଏ ତୋଷ l
ଲକ୍ଷ୍ମୀନାରାୟଣ ପ୍ରଥମ ଦିନରେ
ବାଙ୍କଚୂଡ଼ ଦ୍ଵିତୀୟରେ
ତ୍ରିବିକ୍ରମ ବେଶ ଡାଳିକିଆ ହସ
ହୋଇଥାନ୍ତି ତୃତୀୟରେ l
ଲକ୍ଷ୍ମୀନୃସିଂହରେ ଚତୁର୍ଥ ଦିନଟି
ଅପୂର୍ବ ସେ ଜ୍ୟୋତି କାନ୍ତି,
ମର୍ତ୍ତ୍ୟ ବଇକୁଣ୍ଠ ଶୀରିକ୍ଷେତ୍ର ଧାମେ
ପ୍ରଭୁ ଏଠି ବିରାଜନ୍ତି l
ରାଜଧିରାଜରେ ସୁନାବେଶ ସହ
ପଞ୍ଚମ ଦିନରେ ଶୋଭା,
ରାସପୂର୍ଣ୍ଣିମାରେ ଯେତେ ଦେଖୁଥିଲେ
ହୋଇଥାନ୍ତି ମନଲୋଭା l
ବହୁତ ପବିତ୍ର ପଞ୍ଚୁକ ଅଟଇ
ପାଞ୍ଚ ଦିନର ଏ ବ୍ରତ,
ନିଷ୍ଠାପର ଭାବେ ପାଳନ କରିଲେ
କୋଟି ପୂଣ୍ୟ ମିଳେ ସତ l
ସକାଳୁ ସକାଳୁ ତୁଳସୀ ଚଉଁରା
ଲିପାପୋଛା କରିଦେଇ,
ପଞ୍ଚମୁରଜରେ ଝୋଟି ଦେଉଥିଲେ
ବିଭୁ କୃପା ଥିବ ପାଇ l
ଘୃତ ଦୀପ ଅଟେ ବିଷ୍ଣୁଙ୍କର ପ୍ରିୟ
ସକାଳ ସନ୍ଧ୍ୟାରେ ଦେବା,
ତୁଳସୀ ମୂଳରେ ନିତି ଦେଉଥିଲେ
ବହୁ ପୂଣ୍ୟ ପାଇଯିବା l
କାର୍ତ୍ତିକ ବ୍ରତଟି ସଫଳ ହୋଇବ
କରୁଥିଲେ ସତ୍ କର୍ମ,
ପରଉପକାରୀ ହୋଇପାରୁଥିଲେ
ତାହାହିଁ କାର୍ତ୍ତିକ ଧର୍ମ l
Photo credit: Ssgapu22
Comments