top of page
Writer's pictureLRL Enterprise

କାର୍ତ୍ତିକ ମହତ୍ୱ

କାର୍ତ୍ତିକ ମାସଯେ ମହାପୂଣ୍ୟ ମାସ

ଜଗତ ଜନଙ୍କ ପାଇଁ

ଦାନ ଧର୍ମ କଲେ ସ୍ୱର୍ଗ ପ୍ରାପ୍ତିହୁଏ

ମୁକତିର ପଥ ଦେଇ ll


ପବିତ୍ର ପଞ୍ଚକେ ବୃନ୍ଦାବତୀ ପୂଜା

ମନୋରଥ କରେ ପୂର୍ଣ୍ଣ

ରଙ୍ଗ ମୁରୁଜରେ ନାନା କାରୁକାର୍ଯ୍ୟ ଅଗଣା ହୁଏ ରଙ୍ଗୀନ ll

Photo courtesy: Mamatha Sadashiv


ହବିଷ କରନ୍ତି ହବିଷ୍ୟାଳି ମାନେ

ସାତ୍ଵିକ ଆହାର କରି

ଲଷ୍ମୀନାରାୟଣ ପୂଜାପାଇଥାନ୍ତି

ପବିତ୍ରତା ଯାଏ ଭରି ll




ଧବଳେଶ୍ୱରଙ୍କ ବଡ଼ ଭୋଗ ପାଇଁ

ଭଣ୍ଡାର ହୁଅଇ ସଜ

ଶଙ୍ଖ ହୁଳହୁଳି ପଡଇ ଉଛୁଳି

ପୂଜା ପାଇବେ ଯେ ଗଜ ll


ରାଇଦାମୋଦର ବେଶ ହେବେ ମୋର

କାଳିଆ ଜଗତ ନାଥ

ରାସପୂର୍ଣ୍ଣିମାରେ ପୂରଣ ହୋଇବ

ଭକତର ମନୋରଥ ll



ଗୋଟିଏ ମାସର ଧର୍ମ କର୍ମ ନେଇ

ଡ଼ଙ୍ଗା ଭସାଇବା ଯାଇ

ପାପକୁ ଧୋଇବା କାଳିଆ କୃପାରେ

ପୂଣ୍ୟର ପ୍ରାପ୍ତିକୁ ନେଇ ll






ଏ ଭବ ସଂସାରୁ ପାରି ହେବା ପାଇଁ

ଲୋଡ଼ା ଟିକେ ବିଭୁ କୃପା

ଗର୍ବ ଅହଂକାର ଛାଡି ଦେବା ମନୁ

ବାଣ୍ଟିଯିବା ପ୍ରେମ ବାର୍ତ୍ତା ll





କବି :- ଡ଼ଃ ଲଷ୍ମୀକାନ୍ତ ଦାଶ, ସୁକିନ୍ଦା, ଯାଜପୁର, ଭାରତ


Published by - LRL Enterprises


113 views0 comments

コメント


bottom of page