top of page
prks1962

ମାଣବସା ଗୁରୁବାର

Updated: Dec 5, 2022


🙏ମାଣବସା ଗୁରୁବାର🙏

କାର୍ତ୍ତିକ ସରିଲା ମାର୍ଗଶିର ହେଲା

ଲକ୍ଷ୍ମୀ ପୂଜା ଆସିଗଲା,

ଘରଦ୍ୱାର ସବୁ ଲିପାପୋଛା ହୋଇ

ଦାଣ୍ଡେ ଝୋଟି ଚମକିଲା l



Photo courtesy: Rajni


ଗୁରୁବାର ଶ୍ରେୟ ଲକ୍ଷ୍ମୀଙ୍କର ପ୍ରିୟ

ନାମ ତା'ର ମାଣବସା ,

ଭକ୍ତି ସହକାରେ ଆପଣା ମନ୍ଦିରେ

ପାଳିଥାନ୍ତି ଏହି ଓଷା l


ଘରର ଘରଣୀ ସେହି ବୋହୂରାଣୀ

ଭକ୍ତିର ଅର୍ଘ୍ୟକୁ ଦେଇ,

ମାଣ ଗଉଣୀରେ ଚିତାକୁ ଲେଖଇ

ମହାଲକ୍ଷ୍ମୀ ନାମ ନେଇ l


Photo courtesy: Srinibas Samal

ମାଣ ଗାଉଣୀରେ ତଣ୍ଡୁଳ ପୁରାଇ
ଧାନ ମେଞ୍ଚା ତହିଁ ଥୋଇ,
ଚନ୍ଦନ କର୍ପୂର ସିନ୍ଦୁର କଜ୍ଜ୍ୱଳ
ଦୁବ ଅଁଳା ଡାଳ ଦେଇ l

ବାସ ଚହଟଇ ଗୋଗୁଳର ଧୂପ
ଜଳୁଥାଏ ଘୃତ ଦୀପ,
ଗେଣ୍ଡୁଫୁଲ ଦେଇ ନୂଆ ବସ୍ତ୍ର ଥୋଇ
କଟିଯାଏ ସବୁ ପାପ l

ହୁଳହୁଳି ଦେଇ ଶଙ୍ଖ କୁ ବଜାଇ,
ପୂଜା ଦ୍ରବ୍ୟ ତହିଁ ବାଢ଼ି,
ମାତା ଆଶୀର୍ବାଦ ପାଆନ୍ତି ସଭିଏଁ
ଲକ୍ଷ୍ମୀଙ୍କ ପୂରାଣ ପଢ଼ି l
ମାତା କମଳନୀ ବିଷ୍ଣୁଙ୍କ ଘରଣୀ
ଲୋକମାତା ହରିପ୍ରିୟା,
ପଦ୍ମାସନା ମାତା ରତ୍ନାକର ସୁତା
ପଦ୍ମାଳୟା ମହାମାୟା l
ଦଶ ନାମ ପଢ଼ି ଦୁଇ ହାତ ଯୋଡ଼ି
ମାଣବସା ଗୁରୁବାରେ,
ଅଧମ କାମିନୀ ଦଇନି କରନ୍ତି
ଦୟା ରଖିଥିବୁ ବାରେ l


ପ୍ରଶାନ୍ତ କୁମାର ଶତପଥୀ, ଛତ୍ରପୁର

9861143878


Published by - LRL Enterprises

Loving Real-life


111 views0 comments

Comments


bottom of page