top of page
Writer's pictureLRL Enterprise

ମା ର ସ୍ୱରୂପ

ପୃଥିବୀରେ ଶ୍ରେଷ୍ଠ ମାଆ ନାମ ଗୋଟି

ନାହିଁ ତା'ର ପଟାନ୍ତର

ଥରେ ଡାକିଦେଲେ କୋଟି ପୁଣ୍ୟ ମିଳେ

ଝରେ ମମତାର ଧାର ll

ମାଆ ର ଆସନ ସରଗଠୁ ବଡ଼

ଯାହାର ବିକଳ୍ପ ନାହିଁ

ତା'ର ପାଦଧୂଳି ମଥାରେ ପଡିଲେ

ଦୁଃଖ ଶୋକ ରହେ ନାହିଁ ll

ଅନନ୍ତ କାଳରୁ ନାରୀ ରୂପେ ଜନ୍ମି

ମାଆ ର ଭୂମିକା ନେଇ

ସେହ୍ନ ପ୍ରେମାମୃତ ଝରାଇ ଦେଇଛି

ଜଗତ କଲ୍ୟାଣ ପାଇଁ ll


ଦୁଃଖ କଷ୍ଟ ସହି ଅନାହାରେ ରହି

ସନ୍ତାନ ଉଦର ଭରେ

ସାରା ଜୀବନକୁ ସମର୍ପି ଦିଏ ସେ

ସୁଖ ଶାନ୍ତି ଦାନ କରେ ll


ମାଆ ଠାରେ ଅଛି ଅମାପ ଦକ୍ଷତା

ଜୀବନର ବୃଦ୍ଧି ପାଇଁ

ପ୍ରକୃତି ଗଢିଛି ଗୁଣମୟୀ କରି

ନାରୀର ଦକ୍ଷତା ନେଇ ll

ପୃରୁଷ ପ୍ରାଧାନ୍ୟ ସମାଜରେ ଆଜି

ନାରୀର ସମ୍ମାନ ନାହିଁ

ନିଷ୍ପେସିତ ହୋଇ ଲାଞ୍ଚନା ପାଉଛି

ଅଲୋଡ଼ା ଯାଇଛି ହୋଇ ll

Photo courtesy - The Indian express

କଷ୍ଟ କରି ଯେଉଁ ଘର ତୋଳି ଥାଏ

ସେ ଘରେ ତା' ସ୍ଥାନ ନାହିଁ

ଅଦର କରିଆ ଜିନିଷଟେ ପରି

ବୃଦ୍ଧାଶ୍ରମେ ରହେ ଯାଇ ll


କେଉଁ ଦିନ ଆଉ ବୁଝିବ ମଣିଷ

ମାଆ ଶବ୍ଦଟିର ମୂଲ୍ୟ

ତା'ର ପ୍ରତିଦାନ କେ ଦେଇ ପାରିବ

ସିଏତ ଅମୂଲ ମୂଲ ll


ମାଆ ନାମ ଗୋଟି ତୁଣ୍ଡରେ ଧରିଲେ

ଦୂର ହୁଏ ଦୁଃଖ ଝଡ଼

ମାଆର ପଣତ ମଥାପରେ ଥିଲେ

ଜଗତେ ହୋଇବା ବଡ଼ ll


🙏🏾🙏🏾ସମାପ୍ତ 🙏🏾🙏🏾


କବି:- ଡ଼ଃ ଲଷ୍ମୀକାନ୍ତ ଦାଶ,ବିଭାଗୀୟମୁଖ୍ୟ, ଶିକ୍ଷା ବିଭାଗ, ସୁକିନ୍ଦା ମହାବିଦ୍ୟାଳୟ, ସୁକିନ୍ଦା,ଯାଜପୁର, ଓଡିଶା, ଭାରତ

Published by - Loving Real-life (LRL Enterprises)

38 views0 comments

Comments


bottom of page