ଜୟ ଜଗନ୍ନାଥ! କାଳିଆସାଆନ୍ତ ବଡ ଭାଇଙ୍କୁ ଘୋଷ ଯାତ୍ରାରେ ବାହାରିବା ନିମନ୍ତେ ନିବେଦନ କରିବାର ମୁହୂର୍ତ୍ତ
🙏🙏ଘୋଷଯାତ୍ରା🙏🙏
ଖାଇଲେଣି ଖେଚୁଡ଼ି ଭୋଗ
ବଡଭାଇ ତୁମେ ବାହାର ଆଗ
ଜନମ ବେଦୀକୁ ମନେ ପଡ଼ିଲାଣି
ମାଆର ମମତା ବଡ଼ ସରାଗ
ଖାଇଲେଣି ଖେଚୁଡ଼ି ଭୋଗ.....(1)
ସାନଭଉଣୀଟା ଅଝଟ କଲାଣି
ରଥରେ ବସିବ ହୋଇଛି ସଜ
ରାଘବ ମଠରୁ ଆସିଛି ଟାହିଆ
ସଜାଇ ଦେଲେଣି ହୋଇଛି ବାଗ
ଖାଇଲେଣି ଖେଚୁଡ଼ି ଭୋଗ... (2)
ତିନିଗୋଟି ରଥ ସଜା ଯାଇଅଛି
ଦାଣ୍ଡରେ ରହିଛି ତାହାକୁ ଦେଖ
ବଡ଼ଦାଣ୍ଡ ଆଜି ଖାଲି ଖାଲି ଲାଗେ
ଭକ୍ତଙ୍କର ମନେ ଅଛି ଆବେଗ
ଖାଇଲେଣି ଝେଚୁଡ଼ି ଭୋଗ.....(3)
ଶଙ୍ଖ ହୁଳହୁଳୀ ହରିବୋଲ ନାଦେ
ଗଗନ ପବନ ହୋଇଛି ସ୍ୱର୍ଗ
ଡାହୁକ ରହିଛି ବେତବାଡ଼ି ଧରି
ଗାଇବ ଅନେକ ଢମାଳି ଢଗ
ଖାଇଲେଣି ଖେଚୁଡ଼ି ଭୋଗ....(4)
ଅତି ଆବେଗରେ ଭକ୍ତ ଡାକୁଅଛି
ବଡ଼ ଭାଇ ତୁମେ ତାହାଙ୍କୁ ଦେଖ
ହାତେ ଧରି ଝାଡୁ ଗଜପତି ଆମ
ରଥ ସେବା ପାଇଁ ମୁଣ୍ଡରେ ପାଗ
ଖାଇଲେଣି ଖେଚୁଡ଼ି ଭୋଗ....(5)
ଘୋଷ ଯାତ୍ରା ଆଜି ମନେକି ପଡୁନି
ଗୁଣ୍ଡିଚା ରାଣୀଙ୍କ ମୁହଁକୁ ଦେଖ
ଆଜ୍ଞା ଦିଅ ଭାଇ ପହଣ୍ଡିର ପାଇଁ
ସୁଦର୍ଶନ ଯାଉ ରଥକୁ ଆଗ
ଖାଇଲେଣି ଖେଚୁଡ଼ି ଭୋଗ.....(6)
Photo courtesy : @Sudarsansand
🙏ଜୟ ଜଗନ୍ନାଥ 🙏ନବଦିନର ଘୋଷଯାତ୍ରା ଏବଂ ଜନ୍ମବେଦୀରେ ଲୀଳାଖେଳା ସାରିଲାପରେ ବଡ଼ଭାଇ ପ୍ରଭୁ ବଳଭଦ୍ର ସାନଭାଇଙ୍କୁ ଚଞ୍ଚଳ ଶ୍ରୀମନ୍ଦିରକୁ ଫେରିବା ପାଇଁ ଆଦେଶ ଦେବାର କିଛିଟା ମୁହୂର୍ତ୍ତ...
🙏ବାହୁଡ଼ାଯାତ୍ରା🙏
ଜଗାରେ ତୁ ଡେରି କରେନା ,ଜଗାରେ ତୁ ଡେରି କରେନା,
ଶିରୀମନ୍ଦିରକୁ ଟିକିଏ ଅନା ଜଗାରେ ତୁ ....
ଆସିଲୁଣି ଆମେ ନଅ ଦିନ ହେଲା
ଜନମ ସ୍ଥାନରେ ରହିଲେ ସିନା ,
ବାହୁଡ଼ାର ଦିନ ଆଜି ଆସି ଅଛି ,
ଏହା କିମ୍ପା ତୋର ମନେପଡନା, ଜଗାରେ ...
ମହାଲକ୍ଷ୍ମୀ ଆମ ଅଭିମାନେ ଅଛି ,
ତାଙ୍କରି ମୁହଁକୁ ଟିକିଏ ଅନା,
ରତ୍ନସିଂହାସନ ଖାଲି ପଡିଅଛି
ବାଙ୍କ ଚାହାଣିରେ ତାହାକୁ ଅନା ,ଜଗାରେ.....
ଆନନ୍ଦ ବଜାର ଖାଲି ପଡି ଅଛି
ରୋଷଶାଳଟିକୁ ଟିକିଏ ଅନା
ମାଉସୀ ମାଆର ପୋଡପିଠା ଅଛି
ଆଜି ପରା ଆମେ ଖାଇବା କାହ୍ନl .
ଜଗାରେ..
ମୁକ୍ତିମଣ୍ଡପରେ ପଣ୍ଡିତେ ଆମର
ମନ ମାରିଦେଇ ବସନ୍ତି ସିନା ,
ଶିରୀକ୍ଷେତରର ସବୁ ଦେବା ଦେବୀ
ଆମକୁ ଡାକନ୍ତି ଶୁଣେ ତୁ କାହ୍ନା ଜଗାରେ ....
ବାଟରେତ ଯିବା ସୁନାବେଶ ହେବା
ସାରା ବିଶ୍ୱବାସୀ ଦେଖିବେ କାହ୍ନା
ବେଗେ ବେଗେ ଯାଇ ମାନଭଞ୍ଜ ତୁହି
ଦୁଆରରେ ଥିବେଟି ଲକ୍ଷ୍ମୀପ୍ରତିମା
ଜଗାରେ ...
ଗଲାବେଳେ ତୁହି ରସଗୋଲା ନେଇ
ମହାଲକ୍ଷ୍ମୀଙ୍କୁ ତୁ ଦେବୁଟି ସୁନା
ପ୍ରଶାନ୍ତ ଆମର ଗୀତରେ କହୁଛି
ଶୁଭ ଦୃଷ୍ଟିରେ ତ ତାହାକୁ ଅନା
ଜଗାରେ ...
🙏ଜୟ ଜଗନ୍ନାଥ 🙏 ମହାପ୍ରଭୁ ଘୋଷଯାତ୍ରା ଶେଷ କରି ବଡ଼ଦେଉଳରେ ପ୍ରବେଶ (ନୀଳାଦ୍ରି ବିଜୟ) ସମୟର କିଛିଟା ମୁହୂର୍ତ୍ତ କବିତା ମାଧ୍ୟମରେ ବର୍ଣ୍ଣନା କରିଅଛି l ଜଗତଜନନୀ ମାତା ମହାଲକ୍ଷ୍ମୀ ଓ ଜଗତ ଠାକୁର ପ୍ରଭୁ ଜଗନ୍ନାଥଙ୍କ ମଧ୍ୟରେ ଯେଉଁ ମାନ, ଅଭିମାନ, ସ୍ନେହ, ପ୍ରେମ ଓ ଭଲପାଇବାରେ ଭରପୁର ରହିଛି ତାହା ଚୋଖି ଛନ୍ଦରେ ପ୍ରଭୁଙ୍କ ପାଦରେ ସମର୍ପଣ କରୁଛି l
🙏ମାନଭଞ୍ଜନ🙏
ଆଣିଛିନ୍ତି ରସଗୋଲା ଖୋଲିଦିଅ ଘର ତାଲା,
କରିବୁକି ମାତା ଆମେ ଦୁଆର ମେଲା,
ମହ ମହ ବାସୁଅଛି ଭାରି ସ୍ୱାଦିଷ୍ଟ ହୋଇଛି,
ପ୍ରଭୁଙ୍କର ସ୍ନେହ ଶ୍ରଦ୍ଧା ସବୁ ରହିଛି,
ଘେନି ତାହାକୁ ଆସିଅଛୁ,
ମାତାଙ୍କ ନିମନ୍ତେ ତାହା ଏଠି ରଖିଛୁ *
ଦେଢ଼ଶୁର ସୀରପାଣି ସଙ୍ଗରେ ନଣନ୍ଦ ରାଣୀ,
ଦ୍ୱାର ଖୋଲିବା ନିମନ୍ତେ କହନ୍ତି ବାଣୀ,
ହରିବୋଲ ହୁଳହୁଳି ଭକ୍ତଙ୍କ ଲାଗେ ଗହଳି,
ବଡ଼ଦେଉଳ ଆମରି ଯିବ ଉଚ୍ଛୁଳି,
ମନ୍ଦିର ବାହାରେ ବରଷା,
ଦ୍ୱାର ନଖୋଲିଲେ ମା'ହେବା ଲୋକହସା *
ଲକ୍ଷ୍ମୀଠାକୁରାଣୀ ସେହି ଦାସୀଙ୍କୁ କହନ୍ତି ରହି ,
ଦେଢ଼ଶୁର ନଣନ୍ଦଙ୍କୁ ଆଣଟି ସହି,
କାଳିଆ ଠାକୁର ଆମ ନଟକୁଟ ତାଙ୍କ କାମ,
ଭିତର ବେଢ଼ାକୁ ମନା ନେବେ ସେ ନାମ,
ସୁଭଦ୍ରା ସଙ୍ଗେ ହଳପାଣି,
ମନ୍ଦିରେ ପ୍ରବେଶିଲେ ଲକ୍ଷ୍ମୀ ମନ ଜିଣି *
କଟୁବାଣୀ ସବୁ ଶୁଣି ସ୍ମିତ ହସି ଚକ୍ରପାଣି,
ହସିଣ କହନ୍ତି ଲକ୍ଷ୍ମୀ ମନକୁ ଜାଣି,
ରୋଷ ତୁମ ତ୍ୟାଗ କର ଦୋଷ ମାନୁଛି ମୋହର,
ମାନ ଭାଙ୍ଗିଲେ ମା ଦେଖି ରଙ୍ଗ ଅଧର,
ଭକ୍ତଙ୍କ ମନରେ ଆନନ୍ଦ,
ଶ୍ରୀକ୍ଷେତ୍ରେ ବିକଶିତ ପୂର୍ଣ୍ଣିମାର ଚାନ୍ଦ*
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
9861143878
Published by - LRL Enterprises
Kommentare