top of page
Writer's pictureLRL Enterprise

ପ୍ରଥମାଷ୍ଟମୀ - ଜ୍ୟେଷ୍ଠ ର ମହତ୍ୱ

🌹ଜ୍ୟେଷ୍ଠ ର ମହତ୍ୱ 🌹


ସଂସ୍କୃତି ସମ୍ପନ୍ନ ଏ ଓଡିଶା ମାଟି

ନାନା ପର୍ବ ହୋଇଥାଏ

ମାର୍ଗଶିର ମାସ କୃଷ୍ଣ ଅଷ୍ଟମୀରେ

ଜ୍ୟେଷ୍ଠ ଅଂଶ ପୂଜା ପାଏ ll


ଷଷ୍ଠୀ ଦେବୀଙ୍କର ପୂଜା କରାଯାଏ

ଜ୍ୟେଷ୍ଠ ସନ୍ତାନର ପାଇଁ

ଦୀର୍ଘ ଜୀବନକୁ ପାଇବା ନିମନ୍ତେ

ଠାକୁରେ ମାନସୀ ଥାଇ ll


ଝୋଟି ଚିତା ପଡେ ଘର ଅଗଣାରେ

ପିଠା ପଣା କେତେ ହୁଏ

ପିଢା ପରେ ବସି ଜ୍ୟେଷ୍ଠ ସନ୍ତାନ

ପଢୁଆଁ ଆନନ୍ଦେ ହୁଏ ll


Photo courtesy: Mycitylinks

ଗୁରୁଜନ ପାଶେ ଆଶୀର୍ବାଦ ମାଗେ

ଭବିଷ୍ୟ କଲ୍ୟାଣ ପାଇଁ

ଏଣ୍ଡୁରି ପିଠାରେ ଭୋଗ ଲାଗି ହୁଏ

ହଳଦୀ ପତର ଦେଇ ll



ମାଆ ଲଷ୍ମୀଙ୍କର ବନ୍ଦାପନା ହୁଏ

ହେମନ୍ତର ଆଗମନେ

ଶଙ୍ଖ ଘଣ୍ଟା ଧ୍ୱନି ପ୍ରକମ୍ପିତ ହୁଏ

ଗାଁଆ ଘରର ଅଙ୍ଗନେ ll





ନବବସ୍ତ୍ର ପିନ୍ଧିଥାନ୍ତି ବଳଭଦ୍ର

ଶ୍ରୀମନ୍ଦିର ଶୋଭା ପାଏ

ନାନା ପିଠା ପଣା ଭୋଗ ଲାଗି ହୁଏ

ଦିନନାଥ ପୂଜା ହୁଏ ll



ବର୍ଷ ବର୍ଷ ଧରି ମହାନ ସଂସ୍କୃତି

ଦେଇଥାଏ ଦିବ୍ୟବାର୍ତ୍ତା

ବିଭୁ ଆଶୀର୍ବାଦେ ଜ୍ୟେଷ୍ଠ ପୁଣି ଦିନେ

ହୋଇ ଥାଏ ଗୃହକର୍ତ୍ତା ll


.... ସମାପ୍ତ......


କବି :- ଡ଼ଃ ଲଷ୍ମୀକାନ୍ତ ଦାଶ, ଭାରତ.

Published by
LRL Enterprises


81 views0 comments

Comments


bottom of page