ସରସ୍ବତୀ ଗାୟତ୍ରୀଙ୍କ ବନ୍ଦନା
ଭାରତୀ ଗୋ ତୁମେ ବିଦ୍ୟା ଦାୟିନୀ ମାତା
ବ୍ରହ୍ମାଙ୍କ ର ଯୋଗ୍ୟ ସୁତା
ମରାଳ ବାହିନୀ ଜ୍ଞାନ ପ୍ରଦାୟିନୀ
ସଭିଙ୍କର ବୁଦ୍ଧି ଦାତା
- (ଘୋଷା)
ତୁମ କୃପା ନେଲେ ଅମୃତ ବର୍ଷିଲେ
ଗଜ ମୂର୍ଖ ଥିଲେ ସାହିତ୍ୟ ରଚିଲେ
ବିଶ୍ୱ ଜୟୀ ହେଲେ କୀର୍ତି ଅରଜିଲେ
କଳା ସଂସ୍କୃତି ର କର୍ତ୍ତା - ୧
ବୀଣା ଓ ପୁସ୍ତକ ଧବଳ ପୋଷାକ
ସଙ୍ଗୀତ ଆଲୋକ ନୃତ୍ୟ ର ପୁଲକ
କଳା ଉପାସକ ବଂଦନ୍ତୀ ଗାୟକ
ରୂପରେ କନକ ଲତା - ୨
କବି କାଳିଦାସ ଦୁଃଖ ଅସନ୍ତୋଷ
ପତ୍ନୀ ଉପହାସ କରିଥିଲା ତୋଷ
ଢାଳିଲ ଆଶିଷ କବିତ୍ଵ ବିକାଶ
ହେଲେ ସେ ବିଶ୍ୱ ବିଜେତା - ୩
ମହୋଦଧି କୁଳ ଗୋଧୂଳି ପାଟଳ
ସନ୍ଧ୍ୟା ଓ ସକାଳ ଝରଣା ର କୋଳ
ଫୁଟିବା କମଳ ତପନ ର ଖେଳ
ସୃଷ୍ଟି କରିଛନ୍ତି ପିତା - ୪
ଦିଅ ମତେ ବର ଜ୍ଞାନପୁରସ୍କାର
ଅନୁକମ୍ପା ତୁମ ସର୍ବଦା ଅପାର
କବି ଚିତ୍ରକାର ଲେଖନୀ ମୁନର
ଦେବୀ ସଦା ବନ୍ଦିତା - ୫
ଶ୍ରୀ ରବୀନ୍ଦ୍ର ନାଥ ଦାସ
Published by - LRL Enterprises
ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତ୍ତା,
ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା,
ଯା ବ୍ରହ୍ମାଚ୍ୟୁତଶଙ୍କରପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା,
ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ୍ୟାପହା।
Comments